Thursday, 11 October 2018

କୌଣସି ପରିସ୍ଥିତିରେ ପୁଲିସ ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପଶିପାରିବ ନାହିଁ



ନୂଆଦିଲ୍ଲୀ, ୧୦/୧୦ : ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତର ମୁଣ୍ଡ ନଇଁଯାଏ  । ବଡ଼ଦାଣ୍ଡ, ଗରୁଡ଼ସ୍ତମ୍ଭ ଓ ବାଇଶି ପାହାଚକୁ ମୁଣ୍ଡିଆ ମାରିମାରି ଭକ୍ତଟିଏ ଯାଉଥିବାବେଳେ ଓଡ଼ିଶା ପୁଲିସର ଆସ୍ପର୍ଦ୍ଧା ଏତେ ଯେ ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ପଶିଯାଇଥିଲା  । ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀରେ ବନ୍ଦ ପାଳନ ସମୟରେ ଯେଉଁ ହିଂସ୍ର ପ୍ରଦର୍ଶନ କରାଯାଇଥିଲା ସେହି ଅବସରରେ ବଡ଼ଦାଣ୍ଡରେ ମୁତୟନ ଥିବା ପୁଲିସ ଜୋତା ପିନ୍ଧି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲା  । ଏହାକୁ ମାନ୍ୟବର ସୁପ୍ରିମ୍‍କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି  । ଅଦାଲତ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, କୌଣସି ପରିସ୍ଥିତିରେ ପୁଲିସ ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପଶିପାରିବ ନାହିଁ  । କେଉଁ ପରିସ୍ଥିତିରେ ପୁଲିସ ଯୋତା ପିନ୍ଧି ଅସ୍ତ୍ରଶସ୍ତ୍ର ଧରି ଶ୍ରୀମନ୍ଦିର ମଧ୍ୟକୁ ପଶିଲା ତାହାର ଜାବ ଦେବା ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କୋର୍ଟ ୨ ସପ୍ତାହ ସମୟ ଦେଇଛନ୍ତି । ଆମିକସ କ୍ୟୁରୀ ମଧ୍ୟ ଏହାର ଜବାବ ଦେଇ ପାରିବେ ବୋଲି କୋର୍ଟ କହିଛନ୍ତି । ଜଷ୍ଟିସ ମଦନ ଲୋକୁର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଜରୁରୀ ଶୁଣାଣୀ କରିଥିଲେ । ବିଶିଷ୍ଟ ଆଇନଜୀବୀ ଦେବାଶିଷ ମିଶ୍ର ଏହି ଜରୁରୀ ପିଟିସନ ଦାଖଲ କରି ଦର୍ଶାଇଥିଲେ ଯେ, ଶ୍ରୀ ମନ୍ଦିରରେ ଧାଡି ଦର୍ଶନ ବନ୍ଦ ନହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ସେପଟେ ରାଜ୍ୟ ସରକାରଙ୍କ ଓକିଲ ଶ୍ୱେତ ମିଶ୍ର କହିଛନ୍ତି ଯେ, ପୁଲିସ ଶ୍ରୀମନ୍ଦିର ଭିତରକୁ ଯୋତା ପିନ୍ଧି ପଶି ନଥିଲା ।

Saturday, 6 October 2018

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପାକିସ୍ତାନୀ ଶ୍ରଦ୍ଧାଳୁ


ପୁରୀ, ୬/୧୦ : ପୁରୀରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପହଂଚିଛନ୍ତି ପାକିସ୍ତାନୀ । ଜଗନ୍ନାଥ ଧାମରେ ଶତାଧିକ ପାକିସ୍ତାନୀ ଭକ୍ତ ପହଂଚିବା ପରେ ଚର୍ଚ୍ଚା ଜୋର ଧରିଛି । ଆତଙ୍କବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପଡୋଶୀ ପାକିସ୍ତାନରୁ ଆସିଥିବା ହିନ୍ଦୁ ଭକ୍ତମାନେ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । କରାଚି, ସିନ୍ଧ ଓ ଅନ୍ୟାନ୍ୟ ପ୍ରଦେଶରୁ ୧୨୬ ଜଣ ହିନ୍ଦୁ ଭକ୍ତ ପୁରୀରେ ପହଂଚିବା ପରେ ବେଶ ଉତ୍ସାହିତ ହୋଇଛନ୍ତି । ଭକ୍ତର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପରେ ଏମାନେ ଭାବବିହ୍ୱଳ ହୋଇପଡିଛନ୍ତି । ପାକିସ୍ତାନ ସରକାର ଏହି ହିନ୍ଦୁ ଭକ୍ତମାନଙ୍କୁ ସବୁ ପ୍ରକାର ସହାୟତା କରୁଛନ୍ତି ଏବଂ ଭାରତ ସରକାର ମଧ୍ୟ ଏମାନଙ୍କୁ ଭିସା ପ୍ରଦାନରେ ସହାୟତା କଲେ ପ୍ରତିବର୍ଷ ଏମାନେ ଶ୍ରୀକ୍ଷେତ୍ର ଆସି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ବୋଲି କହିଛନ୍ତି । ତେବେ ପ୍ରଥମଥର ଏପରି ଭାବରେ ଏତେ ସଂଖ୍ୟାରେ ପାକିସ୍ତାନୀ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ରତ୍ନ ସିଂହସନରେ ଦର୍ଶନ କରିଛନ୍ତି ।

Friday, 5 October 2018

ଶାସନିକ ଉଦାସୀନତା ସୃଷ୍ଟିକଲା ଶ୍ରୀମନ୍ଦିର ଇତିହାସରେ ଏକ କଳିଙ୍କିତ ଅଧ୍ୟାୟ ।





ଆଜି ତା ୦୫.୧୦.୨୦୧୮ ରିଖରେ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ତରଫରୁ ଏକ ସଂବାଦଦାତା ସମ୍ଳେଳନିରେ ସକାରଙ୍କର ଚରମ ଅବହେଳାର କାରଣ କିପରି ପୁରୀ ଶ୍ରୀମନ୍ଦିର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କଲା ତାହା ବର୍ଣ୍ଣନା କରାଯାଇଥିଲା  । 
ଶ୍ରୀ  ବିଗ୍ରହ ମାନଙ୍କର ନବକଳେବର ଠାରୁ ଶ୍ରୀମନ୍ଦିର ପରିଚାଳନାରେ ନାନା ପ୍ରକାର ବିଭ୍ରାଟ ପରିଦୃଶ୍ୟ ହେଉଛି   । ଏଥି ପାଇଁ  ଓଡ଼ିଶା ସରକାରଙ୍କ ଦ୍ୱାରା ଏକ ବିଚାର ବିଭାଗୀୟ କମିଶନ ଗଠନ କରାଯାଇ  ବିଭ୍ରାଟର କାରଣ ଏବଂ ନିରାକରଣର ବ୍ୟବସ୍ଥା ହୋଇଥିଲା  । କିନ୍ତୁ କମିଶନଙ୍କ ରିପୋର୍ଟକୁ ପ୍ରକାଶିତ କରାଗଲା ନାହିଁ ଅଯଥା ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ କରାଗଲା  । ତତ୍ପରେ କଥା ସର୍ବୋଚ୍ଚ ନ୍ୟାୟଳୟ ପର୍ଯ୍ୟନ୍ତ ଗଲା  ।  ଏବଂ ତାଙ୍କର ପ୍ରତିନିଧି ଭାବରେ ଶ୍ରୀଯକ୍ତ ଗୋପାଳ ସୁବ୍ରମନ୍ୟମ୍ଙ୍କୁ ଘଟଣାର ଅନୁଧ୍ୟାନ କରି ଜଣାଇବାପାଇଁ ପଠାଇଲେ  । କିନ୍ତୁ ପ୍ରଶାସନ  ଦୂରଦୃଷ୍ଟି ହୀନ କାର୍ଯ୍ୟଯୋଗୁଁ ଶ୍ରୀମନ୍ଦିରର ସେବାୟତ, ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମନରେ ଯେଉଁ ଅସନ୍ତୋଷ ସୃଷ୍ଟି ହେଲା ତାର ପରିପ୍ରକାଶ ଅକ୍ଟୋବର ୩ ତାରିଖରେ ସୃଷ୍ଟି ହୋଇ ଶ୍ରୀକ୍ଷେତ୍ର ଏକ ରଣାଙ୍ଗନରେ ପରିଣତ ହେଲା  ।
ବର୍ତ୍ତମାନ ପିତୃପକ୍ଷ ଚାଲିଛି, ଅନେକ ଶ୍ରଦ୍ଧାଳୁଙ୍କ ମନରେ ବାଇଶି ପାହଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଏକ ମହତ କାର୍ଯ୍ୟ ଭାବରେ ବିବେଚନା କରାଯାଏ  ।  ଏଥିରେ ବାଧା ସୃଷ୍ଟି ହେଲେ ସ୍ୱଭାବିକ ଭାବରେ ଭକ୍ତଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବ  ।  ଶ୍ରମନ୍ଦିର ଭିତରେ ଭକ୍ତ ମାନଙ୍କ ପରିକ୍ରମା ଏବଂ ଦର୍ଶନ ଏକ ପ୍ରକାର ବିଧି ଏବଂ ବିଶ୍ୱାସ ଅନୁସାରେ  ହୋଇଥାଏ, ଯେପରି ମହାଲକ୍ଷ୍ମୀ ମନ୍ଦିରରେ ଦର୍ଶନ କଲା ପରେ ମଣ୍ଡପରେ କିଛି ସମୟ ପାଇଁ ଉପବେଶନ କରାଯାଇଥାଏ  । ଭକ୍ତଙ୍କ ଭାବା ବେଗକୁ ଅଣଦେଖା କାରାଗଲେ ପରିଣନ୍ତି ଭୟଙ୍କର ହେବ  । ଚାରି ପ୍ରବେଶ ଦ୍ୱାର ଧର୍ମ, ଅର୍ଥ ,କାମ, ମୋକ୍ଷର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ  । ସର୍ବୋପରି ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ଓଡିଆ ଜାତିର  ସ୍ୱାଭିମାନର ପ୍ରତୀକ, ଏଥିପାଇଁ ଅତୀତରେ ଅନେକ ବ୍ୟକ୍ତି ମର୍ମାହତ ହୋଇଛନ୍ତି  । ଏଣୁ ବିଶ୍ୱହିନ୍ଦୁ ପରିଷଦ ଦାବି କରୁଛି,  ପ୍ରଶାସକ ଏପରି କାର୍ଯ୍ୟରୁ ନିବୃତ ରହନ୍ତୁ, ଯେପରି ଶ୍ରୀମନ୍ଦିର ଏହି ବିଧିରେ କଳଙ୍କ ଲାଗିବ ନାହିଁ  ।
ସର୍ବୋଚ୍ଚ ନ୍ୟାୟଳୟ ଭକ୍ତମାନଙ୍କ ହୀତ ଦୃଷ୍ଟିରୁ କେତେକ ପରାମର୍ଶ ଦେଇଥିଲେ, ଯେପରି ଦାନ ଦକ୍ଷିଣା  ଭକ୍ତମାନେ ହୁଣ୍ଡିରେ ପକାଇବେ, ସେବାୟତମାନଙ୍କ ଜୋର ଜୁଲମ୍ ରହିବ ନାହିଁ, ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଧାଡି ଦର୍ଶନର ବ୍ୟବସ୍ଥା ରହିବ ଇତ୍ୟାଦି  । କିନ୍ତୁ କିପରି ଏସବୁ କାର୍ଯ୍ୟକାରୀ କରାଯିବ ତାହା ସ୍ଥାନୀୟ ପ୍ରଶାସନର କାର୍ଯ୍ୟ  । ସର୍ବୋଚ୍ଚ ନ୍ୟାୟଳୟର ପରାମର୍ଶକୁ ଭୁଲଭାବରେ ପ୍ରୟୋଗ କରିବାଯୋଗୁଁ ଭକ୍ତଙ୍କ ମନରେ ଯେଉଁ ପ୍ରତିକ୍ରିୟା ହେଲା ତାହାର ପରିପ୍ରକାଶ ଅକ୍ଟୋବର ତିନି ତାରିଖରେ ଦେଖିବାକୁ ମିଳିଲା  । ଏହି ଅଘଟଣ ପରେ ପ୍ରଶାସନ କେତେକ ପଦକ୍ଷେପ ନେଇ ସ୍ୱୀକାର କଲେ ଯେ, ତାଙ୍କର ପୂର୍ବ କାର୍ଯ୍ୟପ୍ରଣାଳୀ ଭୁଲ ଥିଲା, ଏବଂ ଏହି ଭୁଲର ନିରାକରଣ ପାଇଁ ଯେଉଁ ପଦକ୍ଷେପ ନେଲେ ତାହା ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମନରେ କ’ଣ ସଂଶୟ ସୃଷ୍ଟି କରିବ ନାର୍ହି ତ ?  ଯେପରି ଶ୍ରୀକ୍ଷେତ୍ରରେ ଅଧିବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ମଧ୍ୟ ଦେଇ ପ୍ରବେଶ କରିପାରିବେ  । ଏଠାରେ ପ୍ରଶ୍ନ ଉଠୁଛି ଶ୍ରୀକ୍ଷେତ୍ରର ପରିସୀମା କେଉଁଠୁ କେଉଁ ପର୍ଯ୍ୟନ୍ତ ? ମୁକ୍ତି ମଣ୍ଡପ ସଭାରେ ଯେଉଁ ପଣ୍ଡିତ ସମାଜ ଆସନ ଗ୍ରହଣ କରିଥାନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କ ନିବାସ ସ୍ଥାନ ଶ୍ରୀକ୍ଷେତ୍ର ଠାରୁ ପାଖାପାଖି ୧୫ କୋଷ ଦୂର, ସେମାନେ ଶ୍ରୀକ୍ଷେତ୍ରରେ ପରିଚୟ ପତ୍ର କେଉଁଠୁ ଆଣିବେ ?
ଶ୍ରୀମନ୍ଦିର ଇତିହାସରେ ଗବେଷକ ମାନଙ୍କ ମତରେ   ଶ୍ରୀବିଗ୍ରହ ମାନେ ଅନେକ ଥର ପାତାଳି ହୋଇଛନ୍ତି  । ଯେଉଁ ଯେଉଁ ସ୍ଥାନରେ ପାତାଳି ହୋଇ ଦୀର୍ଘ ଦିନ ସେବା ପୂଜା ପାଇଛନ୍ତି  ସେଥିରେ ଆଠଗଡରେ ଏବଂ ସୋନପୁର ଗଡରେ ପାତାଳି ହୋଇଥିଲେ ସେହି ସ୍ଥାନର ଭକ୍ତମାନେ   ସେମାନଙ୍କର  କ’ଣ ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଭକ୍ତି ନିବେଦନ ପାଇଁ  ପରିଚୟ ପତ୍ରର ଆବଶ୍ୟକ କି ?
ଏଣୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରୁଛି ଭକ୍ତ ସମାଜର ଶୃଙ୍ଖଳିତ ଦର୍ଶନ ପାଇଁ ଏପରି କାର୍ଯ୍ୟ ପ୍ରଣାଳୀ ଦିର୍ଦ୍ଧାରଣ କରୁ ଯେପରି ଶ୍ରୀ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେବ ନାହିଁ  । ଏଥିପାଇଁ ଗଜପତି ମହାରାଜ ଏବଂ ଗୋବର୍ଦ୍ଧନ ପୀଠ ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯାଇପାରେ  । ନଚେତ୍ ଆଗାମୀ ସଂଗଠନ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ପୂର୍ବକ ଆନ୍ଦୋଳାତ୍ମକ କାର୍ଯ୍ୟପନ୍ଥା ଗ୍ରହଣକରିବା ପାଇଁ  ବାଧ୍ୟ ହେବ  ।
ଆଜିର ଖବର ଦାତା ସମ୍ମିଳନୀରେ ଉପସ୍ଥିତ ରହିଥିଲେ -
ଡ. ମଳୟ କୁମାର ମହାନ୍ତି ଉପ ସଭାପତି
ଡ. ପ୍ରମୋଦ କୁମାର ଆଚାର୍ଯ୍ୟ ଉପ ସଭାପତି
ଶ୍ରୀ ଆନନ୍ଦଜୀ ପାଣ୍ଡେ  ସଂଗଠନ ମନ୍ତ୍ରୀ 
ଶ୍ରୀ ପ୍ରଶାନ୍ତ ପଣ୍ଡା ସଂପାଦକ
ଶ୍ରୀ ପ୍ରମୋଦ ଦାଶ ମୁଖ ପାତ୍ର
ଶ୍ରୀ ଅଜିତ ପଟ୍ଟନାୟକ ସଭାପତି ହିନ୍ଦୁ ଜାଗରଣ  ସାମୁଖ୍ୟ   

Thursday, 4 October 2018

ପୁରୀ ହିଂସାକାଣ୍ଡ ଘଟଣା; ଆମିକସ କ୍ୟୁରୀଙ୍କ ରିପୋର୍ଟ ତଲବ


ପୁରୀ, ୪/୧୦  : ବୁଧବାର ଶ୍ରୀମନ୍ଦିର ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ସମୟରେ ହିଂସାକାଣ୍ଡ ଘଟାଇଥିବା ଅଭିଯୋଗରେ ୬୦ ଜଣଙ୍କ ନାମରେ ୧୬ଟି ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ୧୧ ଜଣଙ୍କୁ ପୁଲିସ ଗିରଫ କରିଛି । ସରକାରୀ ସମ୍ପତ୍ତକୁ ନଷ୍ଟ କରିବା, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଚାଉଳ, ଟଙ୍କା ଲୁଟ୍‍ କରିବା, ଡକାୟତି ଉଦ୍ୟମ, ପୁଲିସକୁ ଆକ୍ରମଣ, ପୁଲିସକୁ ହତ୍ୟା ଉଦ୍ୟମ୍‍ ଘଟଣାରେ ମାମଲା ରୁଜୁ କରାଯାଇଛି  । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟନ ମନ୍ଦିର ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି । ଅପରପକ୍ଷରେ ପୁଲିସ ମହାନିର୍ଦ୍ଦେଶକ ଡକ୍ଟର ଆର୍‍.ପି.ଶର୍ମା ପୁରୀ ପରିଦର୍ଶନ କରିଛନ୍ତି  । ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ନିକଟର ଥିବା ଫାଣ୍ଡି ଓ ଥାନାକୁ ପରିଦର୍ଶନ କରିଛନ୍ତି  । ପୁଲିସ ମହାନିର୍ଦ୍ଦେଶକଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ
ପ୍ରିୟଦର୍ଶୀ ଘଟଣାର ସମୀକ୍ଷା କରିଛନ୍ତି  । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି  । ଏନେଇ ସିସିଟିଭି ଫୁଟେଜ୍‍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି  । ସେପଟେ ବୁଧବାର ପୁରୀରେ ବନ୍ଦ ସମୟରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣାର ଭିଡିଓ କ୍ଲିପ୍‍ ଓ ରିପୋର୍ଟ ସୁପ୍ରିମ୍‍କୋର୍ଟଙ୍କ ଆମିକସ୍‍କ୍ୟୁରୀ (କୋର୍ଟଙ୍କ ମିତ୍ର) ଗୋପାଳ ସୁବ୍ରମଣ୍ୟମ୍‍ ମାଗିଛନ୍ତି  । କେଉଁ ପରିସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିତିରେ ବ୍ୟାରିକେଡ୍‍ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ ତାହାର ସମସ୍ତ ତଥ୍ୟ, ଫଟୋ ଓ ଭିଡିଓ ଆମିକସ୍‍କ୍ୟୁରୀଙ୍କୁ ଦିଆଯିବ  । ଏହି ଘଟଣାକୁ ନେଇ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍‍ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି  । ପରୀକ୍ଷାମୂଳକ ଭାବେ ଧାଡ଼ି ବ୍ୟବସ୍ଥା କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି  । ପ୍ରକାଶଥାଉ କି, ବୁଧବାର ଘଟଣା ପରେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ ଘଟିଥିଲା  । ଏହାପରେ ୧୪୪ ଧାରା ଲାଗୁ କରାଯାଇଥିଲା  । ଏନେଇ ଶାନ୍ତି କମିଟି ବୈଠକ ବସିଥିଲା  । ପୁରୀ ଲୋକମାନେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଧାଡ଼ି ନ ଆସି ମନ୍ଦିରର ୪ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ  । ଏଥିପାଇଁ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି  । ଅନ୍ୟପଟେ ସେବାୟତମାନଙ୍କ ପରିବାର ବିନା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରିପାରିବେ  । ସେମାନଙ୍କ ପାଇଁ କୌଣସି ବାଧା ରହିବ ନାହିଁ ବୋଲି ଶାନ୍ତି କମିଟି ବୈଠକରେ କୁହାଯାଇଛି  । ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି  ।
ଗତକାଲି ପୁରୀରେ ଘଟିଥିବା ହିଂସାକାଣ୍ଡ ଘଟଣା ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ସ୍ୱାମୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ରିପୋର୍ଟ ଦେବାକୁ ଚିଠି ଲେଖିଥିବାବେଳେ ସିଂହଦ୍ୱାର ଶଖି ଭାଙ୍ଗିବା, ପତିତପାବନ ମୁର୍ତ୍ତି କଣାହେବା ସହ ବାଇଶି ପାହାଚ ରେ ବ୍ୟାରିକେଡ୍ ଭାଙ୍ଗିବା ସହ ଅନ୍ୟାନ୍ୟ ଘଟଣା ଉପରେ ବିସ୍ତୃତ ବିବରଣୀ ଦେବାକୁ ଖବର ଆସିଥିବା ଜଣାପଡିଛି । ପ୍ରକାଶ ଥାଉକି ଶ୍ରୀମନ୍ଦିର ଶୃଙ୍ଖଳା, ଦାନ ଦକ୍ଷିଣା ଓ ଅନ୍ୟାନ୍ୟ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଆମିକସ୍ କ୍ୟୁରୀ ପୁରୀ ଆସି ସେବାୟତ, ଗଜପତି ଓ ପ୍ରଶାସନ ଏବଂ ବୁଦ୍ଧିଜୀବୀ ମାନଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ସେବାୟତ ମାନଙ୍କୁ ଶୃଙ୍ଖଳା ଆଣିବାକୁ କୁହାଯାଇଥିବା ବେଳେ ୧୨ଟି ପ୍ରସ୍ତାବ ଉପରେ ସୁପ୍ରିମକୋର୍ଟଙ୍କ ସଂସ୍କାର ମୁଳକ ପଦକ୍ଷେପ ଉପରେ ଶ୍ରୀମନ୍ଦିର ରେ ତଦାରଖ କରିଥିଲେ । ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହେବା ସହ ବର୍ତ୍ତମାନର ରିପୋର୍ଟ ପାଇଲେ ଏହାକୁ ମଧ୍ୟ ଦାଖଲ କରିବେ । ଆସନ୍ତା ସମୟରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂପର୍କିତ ଆମିକସ୍ କ୍ୟୁରୀଙ୍କ ରିପୋର୍ଟ ଉପରେ ଶୁଣାଣୀ ହେବାର କାର୍ଯ୍ୟକ୍ରମ ରହିଛି । କେଉଁ କେଉଁ ସେବାୟତ ଏହି ଗଣ୍ଡଗୋଳରେ ସଂପୃକ୍ତ ଓ ସିସିଟିଭି ଫୁଟେଜ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

Thursday, 26 April 2018

मंदिर में पूजा अर्चना कैसे होगी ये तय करना कोर्ट का काम नहीं : SC


नई दिल्ली, जागरण ब्यूरो। सुप्रीम कोर्ट ने उज्जैन में महाकाल मंदिर में शिवलिंग के संरक्षण मामले में सुनवाई पूरी करके गुरुवार को अपना फैसला सुरक्षित रख लिया है। कोर्ट ने एक बार फिर साफ किया है कि मंदिर में पूजा अर्चना कैसे होगी ये तय करना कोर्ट का काम नहीं है। कोर्ट पूजा पद्धति में दखल नही देगा। कोर्ट ने कहा कि वह सिर्फ शिवलिंग को सुरक्षित रखने को लेकर चिंतित हैं।
मंदिर में पूजा अर्चना कैसे होगी ये तय करना कोर्ट का काम नहीं : SC
सुप्रीम कोर्ट में एक याचिका लंबित है जिसमें उज्जैन के महाकाल मंदिर में शिवलिंग के संरक्षण आदि से जुड़े मुद्दे को उठाया गया है। मध्य प्रदेश में उज्जैन का महाकाल मंदिर बारह ज्योतिर्लिग में से एक है। इस ऐतिहासिक मंदिर की बड़ी मान्यता है।
गुरुवार को न्यायमूर्ति अरुण मिश्रा और यू यू ललित की पीठ ने याचिका पर मंदिर प्रशासन याचिकाकर्ता आदि की दलीलें सुनीं और अपना फैसला सुरक्षित रख लिया। कोर्ट ने साफ किया कि वह मंदिर की पूजा पद्धति में कोई दखल नहीं देगा। मंदिर में भस्म आरती कैसे होगी ये कोर्ट नहीं तय करेगा।
पिछली सुनवाई पर कोर्ट ने मंदिर में जलाभिषेक व महाकाल शिवलिंग की पूजा अर्चना के बारे में नियमों का बोर्ड लगाए जाने और उसे सुप्रीम कोर्ट का आदेश बताए जाने पर गहरी नाराजगी जताई थी। कोर्ट ने मंदिर प्रबंधन को तत्काल बोर्ड हटाने का निर्देश दिया था। कोर्ट ने कहा था कि उसने पूजा पद्धति के बारे कभी कोई आदेश नहीं दिया था ये नियम मंदिर प्रबंधन समिति ने विशेषज्ञ समिति से विचार विमर्श के बाद तय किये थे जिसे कोर्ट ने मंजूरी दी थी।
https://www.jagran.com/news/national-it-is-not-the-court-job-to-decide-how-to-worship-in-the-temple-17781145.html?src=eptn

Tuesday, 6 March 2018

अयोध्या मुस्लिमों का धार्मिक स्थल नहीं – श्री श्री रविशंकर


ऑर्ट ऑफ लिव्हिंग के आध्यात्मिक गुरु श्री श्री रविशंकर ने अयोध्या मुद्दे पर एक महमत्त्वपूर्ण बयान दिया है ! उन्होने कहां है कि, अयोध्या विवाद का जल्द हल नहीं निकला तो भारत भी सीरिया बन जाएगा !
एक टीवी चैनल को दिए इंटरव्यू में श्री श्री रविशंकर ने कहा कि, अयोध्या मुस्लिमों का धार्मिक स्थल नहीं है । उन्हें इस पर से अपना दावा छोड़ कर एक मिसाल पेश करनी चाहिए । वैसे भी इस्लाम विवादित जमीन पर इबादत करने की इजाजत नहीं देता !

यह भी पढें : मंदिर तोडकर बनाई मस्जिदों में अल्लाह की इबादत जायज नहीं, इसे हिन्दुआें को वापस करे – वसीम रिजवी

न्यायालय के बाहर अयोध्या विवाद को सुलझाने की कोशिशों में जुटे श्रीश्री ने यह आशंका जताई है कि इस संबंध यदि सुप्रीम न्यायालय का फैसला भी आ गया तो भी कोई उस पर राजी नहीं होगा । साथ ही उन्होंने यह भी कहा कि कुछ लोग उनके प्रयास की आलोचना कर रहे हैं क्योंकि वो विवाद को बढ़ाना चाहते हैं ।
उन्होंने कहा अगर फैसला न्यायालय से होगा तो किसी एक पक्ष को हार स्वीकार करनी पड़ेगी । ऐसे हालात में हारा हुआ पक्ष अभी तो मान जाएगा, लेकिन कुछ समय बाद फिर बवाल शुरू होगा, जो देश और समाज के लिए अच्छा नहीं होगा !

Thursday, 1 March 2018

Tuesday, 20 February 2018

बांग्लादेश : धर्मांधों ने पहले मंदिर की ५ मूर्तियों की तोडफोड की फिर उसे आग के हवाले किया

Tuesday, February 20, 2018



  • कहां अपने प्रार्थनास्थल को गिराए जाने के विरुद्ध संगठित होनेवाले पूरे विश्‍व के अन्य पंथीय, तो कहां केवल इस्लामिक राष्ट्र बांग्लादेश एवं पाकिस्तान में हीं नहीं, अपितु भारत के हिन्दुआें के साथ किए जानेवाले अन्याय के विरुद्ध भी संगठित न होनवाले निद्रिस्त जन्महिन्दू !
  • पाकिस्तान तथा बांग्लादेश में रहनेवाले हिन्दुआेंपर निरंतर आघात किए जा रहे हैं; परंतु भारत सरकार इस विषय में एक शब्द भी नहीं बोलती, इसे ध्यान में लीजिए । पूरे विश्‍व के हिन्दुआें की रक्षा के लिए अब हिन्दू राष्ट्र ही चाहिए !
ढाका : एक बार फिर से इस्लामिक देश बंगलादेश में नौखाली जिले के उत्तर महम्मदपुर गांव में धर्मांधों ने वहां के श्री कालीमाता मंदिर में स्थित ५ मूर्तियों की तोडफोड की और वहां के लकडी से बने मखर को आग लगाकर मंदिर भी जलाया । इससे मंदिर को बहुत बडी हानि पहुंची है । बांग्लादेश का हिन्दुत्वनिष्ठ संगठन बांग्लादेश माईनॉरिटी वॉच के प्रमुख अधिवक्ता रवींद्र घोष ने यह जानकारी दी ।
अधिवक्ता रवींद्र घोष ने आगे कहा, ‘‘ यह मामला तब सामने आया जब नियमितरूप से मंदिर की स्वच्छता के लिए गईं श्रीमती लोनी बाला दास दूसरे दिन सुबह मंदिर पहुंची । जला हुआ मंदिर देख उन्होने शोर मचाया चिसके बाद परिसर के हिन्दू वहां इकट्ठा हुए ।
मंदिर में सेवा करनेवाले श्री. मोलोय बिश्‍वास ने इस प्रकरण में सेनबाग पुलिस थाने में परिवाद पंजीकृत किया । पुलिसकर्मियों ने घटनास्थल का अवलोकन कर जांच आरंभ की । अभीतक किसी भी संदिग्ध को बंदी नहीं बनाया गया है । बांग्लादेश माईनॉरिटी वॉच को इस घटना की जानकारी मिलते ही अधिवक्ता घोष ने सेनबाग पुलिस थाने के प्रभारी निरीक्षक से संपर्क किया । उन्होंने इन घटना का संज्ञान लिए जाने की जानकारी देकर घटना की जांच का आश्‍वासन दिया । इस घटना के कारण स्थानीय हिन्दू डरे हुए है ।
अधिवक्ता रवींद्र घोष द्वारा इस घटना के लिए उत्तरदायी अपराधियों को तुरंत बंदी बनाकर उनको कठोर दंड देने की मांग की और बांग्लादेश में हिन्दुआें के मंदिरोंपर आक्रमण की बढती घटनाआें के विषय में चिंता व्यक्त कर वहां के शासन से अल्पसंख्य हिन्दुआें के धार्मिक अधिकारों की रक्षा करने का आग्रह किया ।

Wednesday, 7 February 2018